ଆଉ ନାହାନ୍ତି ଲୋକପ୍ରୟ ନିର୍ମାତା ପାର୍ଥୋ ଘୋଷ, ହୃଦଘାତରେ ଚାଲିଗଲା ଜୀବନ

Published By : Prameya-News7 Bureau | June 10, 2025 IST

ମୁମ୍ଵାଇ ୧୦।୦୬; ବଲିଉଡ ଇଣ୍ଡଷ୍ଟ୍ରିରୁ ପୁଣି ଦୁଃଖଦ ଖବର । ଲୋକପ୍ରିୟ ଫିଲ୍ମ ନିର୍ମାତା ପାର୍ଥୋ ଘୋଷଙ୍କର ଦେହାନ୍ତ। ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତା ନିର୍ଦ୍ଦେଶକଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି । ପାର୍ଥୋ ଘୋଷଙ୍କ ହଠାତ୍ ବିୟୋଗ ତାରକା ଓ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ହୋଇଛି।

ହିଟ୍ ଫିଲ୍ମ ଦେଇଥିବା ନିର୍ମାତା ପାର୍ଥୋ ଘୋଷ ୭୫ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । ସେ ସୋମବାର ଦିନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ବିୟୋଗ କାରଣରୁ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  ଅନେକ ଫିଲ୍ମ ନିର୍ଦ୍ଦେଶନା ମାଧ୍ୟମରେ ସେ ଦର୍ଶକଙ୍କୁ ଉପଯୁକ୍ତ ମନୋରଞ୍ଜନର ଖୋରାକ୍ ଯୋଗାଇପାରିବାରେ ସଫଳ ହୋଇଥିଲେ । ଫିଲ୍ମ ’ଅଗ୍ନି ସାକ୍ଷୀ’ ପାଇଁ ସେ ଖୁବ୍ ଜଣାଶୁଣା ହୋଇଥିଲେ।

୮ ଜୁନ  ୧୯୪୯ ରେ କୋଲକତାରେ ଜନ୍ମ ହୋଇଥିଲେ ପାର୍ଥୋ। କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ତାଙ୍କ ଜନ୍ମ ଦିନ ପାଳନ କରିବାର ଠିକ୍ ଦିନ ପରେ ତାଙ୍କର ପରଲୋକ ହୋଇଛି । ପାର୍ଥୋ ଘୋଷଙ୍କୁ ୯୦ ଦଶକର ଶ୍ରେଷ୍ଠ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଉଥିଲା। ସେ ଚଳଚ୍ଚିତ୍ର ମାଧ୍ୟମରେ ସମାଜର ସତ୍ୟକୁ ବିଶ୍ୱ ସମ୍ମୁଖରେ ଉତ୍କୃଷ୍ଟ ଭାବରେ ଉପସ୍ଥାପନ କରିବାରେ ସିଦ୍ଧହସ୍ତ ଥିଲେ। ଏହି କାରଣରୁ ତାଙ୍କ ଚଳଚ୍ଚିତ୍ର ଗୁଡ଼ିକ ସର୍ବଦା ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। ସେ ଅନେକ ସାମାଜିକ ପ୍ରସଙ୍ଗରେ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ସେ ହିନ୍ଦୀ ସିନେମା ବ୍ୟତୀତ ବଙ୍ଗଳା ନିର୍ମାତା ଭାବେ ମଧ୍ୟ କାମ କରୁଥିଲେ । ପ୍ରଥମେ ସେ ବଙ୍ଗଳା ସିନେମା ପାଇଁ ନିର୍ଦ୍ଦେଶନା ଦେଇଥିଲେ। ହେଲେ ପରେ ହିନ୍ଦୀ ଫିଲ୍ମରେ ଦର୍ଶକଙ୍କ ମନରେ ଖୁବ୍ ସହଜରେ ରାଜ୍ କରିବାରେ ସଫଳ ହୋଇଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.